News7 Logo

ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ପୋଲ ବୁଡିଲା, ଯୋଗାଯୋଗ ବିଚ୍ଛିନ୍ନ

NEWS7
mlkg rain

ମାଲକାନଗିରି ୦୨/୦୯: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପୁଣି ବୁଡିଲା ପୋଲ । କାଙ୍କୁରୁକୋଣ୍ଡା ପୋଲ ଉପରେ ଚାରି ରୁ ପାଞ୍ଚ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ଫଳରେ ୩୨୬ନମ୍ବର ଜାତୀୟ ରାଜପଥର ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲର ଦୁଇ ପାର୍ଶ୍ଵରେ ଅନେକ ଯାନ ବାହାନ ଅଟକି ରହିଛି । ହାଇଦ୍ରାବାଦ ରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଫେରୁଥିବା ବସ ଗୁଡିକ କାଙ୍କୁରୁକୋଣ୍ଡା ଠାରେ ଅଟକି ରହିଛି ।

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା । ତୁହାକୁ ତୁହା ବର୍ଷାରେ ଫୁଲିଲା ପୋଲ । ମାଲକାନଗିରି ଜିଲ୍ଲା କାଙ୍ଗରକୋଣ୍ଡା ପୋଲ ଉପରେ ୫ ଫୁଟ୍‌ ଉପରେ ପାଣି ପ୍ରବାହିତ ହେଉଛି । ଫଳରେ ୩୨୭ ନଂ ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇଯାଇଛି । ଏହି ରାସ୍ତା କାଲିମେଳା ଦେଇ ଆନ୍ଧ୍ର-ତେଲେଙ୍ଗାନାକୁ ଯୋଗାଯୋଗ କରିଥାଏ । କିନ୍ତୁ ରାସ୍ତା ଉପରେ ପ୍ରବଳ ପାଣି ଦ୍ବାରା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି । ସେପଟେ ପୁଣି ପାହାଡ଼ରୁ ଧସିଲା ମାଟି ଅତଡ଼ା । ଅବରୋଧ ହେଲା ରାସ୍ତା । ନାଲକୋ ଖଣି ଅଞ୍ଚଳର ପାହାଡ଼ ତଳେ ଥିବା ୨ଟି ଗାଁ, ତଳରଙ୍ଗପାଣି ଓ ଉପର ରଙ୍ଗପାଣିକୁ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

କୁକୁଡ଼ାସିଲ୍ ଓ ରଙ୍ଗପାଣି ରାସ୍ତାରେ ଧସିଛି ମାଟି ଅତଡ଼ା । କେବଳ ବାଇକ୍ ଯାତାୟାତ ହେଉଥିବା ବେଳେ ୪ ଚକିଆ ଯାନ ଯିବାଆସିବା ବନ୍ଦ ହୋଇଯାଇଛି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ତେନ୍ତୁଳିପଦର ପଞ୍ଚାୟତ ରଙ୍ଗପାଣି ରାସ୍ତାର କଥା ନ କହିଲେ ଭଲ । ନାରାୟଣପାଟଣା ବ୍ଲକର ଦୁର୍ଗମ ଗାଁଗୁଡ଼ିକୁ ଯିବାକୁ ହେଲେ ପାହାଡ଼ ତଳ କଟାଯାଇ ରାସ୍ତା ନିର୍ମାଣ କରାଯାଇଛି । ଅଳ୍ପ ବର୍ଷା ହେବା ମାତ୍ରେ ପାହାଡ଼ରୁ ମାଟି ଅତଡ଼ା ଖସୁଥିବା ଦେଖିବାକୁ ମିଳୁଛି ।